ରିପୋର୍ଟ କାର୍ଡ / ଭୁବନେଶ୍ୱର
୫-ଟି ଅଧୀନରେ ରାଜ୍ୟର ବହୁ ସ୍କୁଲରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିଲେ ତାହାର ତଦନ୍ତ କରାଯିବ। ଏନେଇ ଆଜିକୁ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଜେଡି ସରକାର ସମୟରେ ୫-ଟି ଅଧୀନରେ ରାଜ୍ୟର ବହୁ ସ୍କୁଲ ରୂପାନ୍ତରୀକରଣ ହୋଇଥିଲା। ସ୍କୁଲ ଶ୍ରେଣୀଗୃହଗୁଡ଼ିକୁ ଅତ୍ୟାଧୁନିକ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥିଲା । ତେବେ ଅନେକ ସ୍ଥାନରେ ସ୍କୁଲ ରୂପାନ୍ତରଣ ନାଁରେ ଦୁର୍ନୀତି ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସରକାର ବଦଳିବା ପରେ ନୂତନ ଭାବେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ନିତ୍ୟାନନ୍ଦ ଗଣ୍ଡ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ୫-ଟି ଅଧୀନ ସ୍କୁଲଗୁଡ଼ିକର ରୂପାନ୍ତରଣରେ ଦୁର୍ନୀତି ହୋଇଥିଲେ ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହେବ। ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବଦଳି ପରେ ବି ଅନେକ ଶିକ୍ଷକ କାର୍ଯ୍ୟକ୍ଷେତ୍ରକୁ ଯାଉ ନ ଥିବା ଶିକ୍ଷକମାନଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି |






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..