Report Card Odisha

| Daily Odia News

EPF ସୁଧହାର ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୩-୨୪ ବର୍ଷ ପାଇଁ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଜମା ଉପରେ ସୁଧହାର ୮.୨୫%କୁ ବୃଦ୍ଧି କରିଛି। ଏହି ସୁଧହାର ବୃଦ୍ଧି ୩ ବର୍ଷରେ ସର୍ବାଧିକ। ଶନିବାର ‘ଇପିଏଫ୍‌ଓ’ର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣକାରୀ ସଙ୍ଗଠନ ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌’ (ସିବିଟି)ର ବୈଠକରେ ଏହି ନି‌ଷ୍ପତ୍ତି ଗ୍ରହଣ କରାଯାଇଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ‘ଇପିଏଫ୍‌’ ଉପରେ ଥିବା ୮.୧୦% ସୁଧହାରକୁ ଆର୍ଥିକ ବର୍ଷ ୨୦୨୨-୨୩ ଲାଗି ‘ଇପିଏଫ୍‌ଓ’ ମାର୍ଚ ୨୦୨୩ରେ ୮.୧୫%କୁ ବୃଦ୍ଧି କରିଥିଲା। କିନ୍ତୁ, ମାର୍ଚ ୨୦୨୨ରେ ‘ଇପିଏଫଓ’ ଆର୍ଥିକ ବର୍ଷ ୨୦୨୧-୨୨ ଲାଗି ‘ଇପିଏଫ୍‌’ ଉପରେ ସୁଧହାର ୮.୧%କୁ ହ୍ରାସ କରିଥିଲା। ଆର୍ଥିକ ବର୍ଷ ୨୦୨୦-୨୧ରେ ଏହି ସୁଧହାର ୮.୫% ଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ଲାଗି ୮.୨୫%କୁ ବୃଦ୍ଧି କରାଯାଇଥିବା ସୁଧହାର ୬ କୋଟିରୁ ଊର୍ଦ୍ଧ୍ବ ‘ଇପିଏଫ୍‌ଓ’ ଗ୍ରାହକମାନଙ୍କୁ ଉପକୃତ କରିବ।

Breaking News