ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛି ଦିନ ପୂର୍ବେ କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୫ଟା ସମୟରେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୭୬ ବର୍ଷୀୟ ନେତା ଆଖି ବୁଝିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଏରୋଡରୁ ଡିଏମକେ ଟିକେଟରେ ନିର୍ବାଚିତ ହୋଇଥିଲେ | ଗଣେଶ ମାର୍ଚ ୨୫ ତାରିଖରେ ବାନ୍ତି କରିବାରେ ଲାଗିଥିଲେ। ତାଙ୍କୁ ପରିବାର ସଦସ୍ୟ ତୁରନ୍ତ ଏକ ଘରୋଇ ହସ୍ପିଟାଲ୍ ନେଇଯାଇଥିଲେ | ହସ୍ପିଟାଲ୍ରେ ଜଣାପଡ଼ିଲା ଯେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା| ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ଉଲ୍ଲେଖ ଯୋଗ୍ୟ- ଏ ଗଣେଶମୂର୍ତ୍ତି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ଟିକେଟ ଦିଆଯାଇ ନଥିଲା। ତାଙ୍କ ବଦଳରେ ଏମ୍ଡିଏମ୍କେ ପ୍ରତିଷ୍ଠାତା ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ଇରୋଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଉଭୟ ଏମ୍ଡିଏମ୍କେ ଓ ଡିଏମ୍କେ ମିଳିତ ଭାବେ ଦୁରାଇଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି। ଦଳର ଏହି ନିଷ୍ପତ୍ତି ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏ ଗଣେଶମୂର୍ତ୍ତି। ଏହା ପରେ ସେ କୀଟନାଶକ ପିଇ ଦେଇଥିଲେ। କୀଟନାଶକ ପିଇ ଦେଇଥିବା କଥା ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ବୋଲି ଜଣାପଡ଼ିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..