Report Card Odisha

| Daily Odia News

ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡର ବରିଷ୍ଠ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଛି । ହାର୍ଟ ସହ ଜଡ଼ିତ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ଅଗଷ୍ଟ ୩ ତାରିଖ ସନ୍ଧ୍ୟାରେ ଲଖନଉରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମେଡିଆ ରିପୋର୍ଟ ଅନୁସାରେ- ଅଭିନେତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହା ପରେ ସେ ସୁସ୍ଥ ହୋଇଥିଲେ । କିଛି ସମୟ ପରେ ତାଙ୍କୁ ନିଜ ହୋମ୍ ଟାଉନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଥିଲେଶ ଚତୁର୍ବେଦୀଙ୍କ ଅଭିନୟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଅନେକ ବଲିଉଡ ଫିଲ୍ମ ଏବଂ ଜଣାଶୁଣା ଅଭିନେତାମାନଙ୍କ ସହ କାମ କରିଥିଲେ । ସେ ଫିଜା, କୋଇ ମିଲ ଗୟା, ସତ୍ୟ, ଗଦର: ଏକ ପ୍ରେମ କଥା, ବଣ୍ଟି ଅର ବବଲି, କୃଷ୍ଣ, ତାଲ, ମୋହଲା ଆସୀ ଏବଂ ରେଡି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ୱେବ୍ ସିରିଜ୍ ସ୍କାମ ୧୯୯୨: ଦ ହନସଲ୍ ମେହେତା ଷ୍ଟୋରୀରେ ମଧ୍ୟ କାମ କରିଥିଲେ ।

Breaking News