Report Card Odisha

| Daily Odia News

ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବ ଇଭିଏମ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଚଳିତ ପଂଚାୟତ ନିର୍ବାଚନ ମତଦାନରେ ଅନେକ ବିଭ୍ରାଟ,ହିଂସା ଦେଖିବାକୁ ମିଳିଛି | ଭୋଟ୍ ଗ୍ରହଣ ବିଭ୍ରାଟ ଏଡାଇବା ସହ ସ୍ବଚ୍ଛ, ନିରପେକ୍ଷ ଏବଂ ସମୟ ସାପେକ୍ଷ ଭୋଟ୍ ଗଣତି କରିବା ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବ ଇଭିଏମ । ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବଜେଟରେ ବ୍ୟବସ୍ଥା କରିବାକୁ ଚିଠି ଲେଖିବା ସହ ୧୬୦ ଟି ମଲଟି ପୋଷ୍ଟ ଇଭିଏମ କିଣି ରଖିଛନ୍ତି। ଏପଟେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ବିଭ୍ରାଟ ଦେଖି ଇଭିଏମରେ ଭୋଟ ଗ୍ରହଣ କରିବାକୁ ଦାବି କଲେଣି ଅନେକ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏମିତି ଆଉ ଘଟିବ ନାହିଁ । ବାକ୍ସ ନେଇ କେହି ପଳେଇବେନି, କି ବାଲଟ ଚିରିବେନି, କିମ୍ବା ନଦୀ ନାଳ ପୋଖରୀରେ ପକାଇବେନି। କାରଣ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବ ଇଭିଏମ। ଇଭିଏମ ମାଧ୍ୟମରେ ଭୋଟ ଗ୍ରହଣ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ପଞ୍ଚାୟତ ନିର୍ବାଚନରେ ଚାରୋଟି ପଦବୀ ପାଇଁ ଭୋଟ ଗ୍ରହଣ ହେଉଥିବାରୁ ମଲ୍ଟି ପୋଷ୍ଟ ଇଭିଏମ ଗୋଟିଏ ନଚେତ ସିଙ୍ଗଲ ପୋଷ୍ଟ ଇଭିଏମ ୪ଟିର ଆବଶ୍ୟକତା ପଡିବ । ଗୋଟିଏ ଇଭିଏମର ମୂଲ୍ୟ ୨୦ ହଜାର ଟଙ୍କା ହିସାବ ରହିଛି। ପଞ୍ଚାୟତ ନିର୍ବାଚନରେ ୯୨ ହଜାର ବୁଥରେ ଭୋଟ ଗ୍ରହଣ ହେଲେ । ପ୍ରତି ବୁଥରେ ଇଭିଏମ ବ୍ୟବସ୍ଥା ପାଇଁ ମୋଟା ଅଙ୍କର ଅର୍ଥ ଆବଶ୍ୟକତା ପଡ଼ିବ । ଏବେ ବି ରାଜ୍ୟ ନିର୍ବାଚନ କମିଶନ ୧୬୦ଟି ମଲଟି ପୋଷ୍ଟ ଇଭିଏମ କିଣିକି ରଖିଛନ୍ତି। ସେପଟ ଇଭିଏମକୁ ସୁରକ୍ଷିତ ରଖିବା ପ୍ରତି ଜିଲ୍ଲାରେ storage ରୁମ ସହ ଇଭିଏମ ଟ୍ରାକିଂ ସଫ୍ଟଓୟାରର ଆବଶ୍ୟକତା ରହିଛି । କିନ୍ତୁ ବାଲାଟ ପେପରରେ ପଞ୍ଚାୟତ ନିର୍ବାଚନ ହେଲେ ପ୍ରାୟ ୩ରୁ ୪ କୋଟି ପ୍ରତି ୫ ବର୍ଷକୁ ଥରେ ଖର୍ଚ୍ଚ ହେଉଛି।

Breaking News