ରିପୋର୍ଟ କାର୍ଡ / ଭୁବନେଶ୍ବର
ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଜାତୀୟ ପୋଲିସ ଏକାଡେମିର ସ୍ବାଧୀନ ସଦସ୍ୟ ଭାବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଡିଜି ଅଭୟ ମନୋନୀତ ହୋଇଛନ୍ତି। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭୟଙ୍କୁ ମନୋନୀତ କରାଯାଇଛି। ଏକାଡେମିରେ ମୁଖ୍ୟତଃ ଆଇପିଏସ୍ ଅଧିକାରୀଙ୍କ ସମେତ ବିଦେଶର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦିଗ ଉପରେ ତାଲିମ୍ ଦିଆଯାଇଥାଏ। ସେହିପରି ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପଲିସି ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ। କେନ୍ଦ୍ର ଗୃହ ସଚିବ ଏକାଡେମିର ଅଧ୍ୟକ୍ଷ ଥିବା ବେଳେ ଏସ୍ଭିପିଏନ୍ପିଏର ନିର୍ଦ୍ଦେଶକ ଏହାର ସଦସ୍ୟ ତଥା ଆବାହକ ରହିଛନ୍ତି। ସେହିପରି ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ପୁଲିସ୍ ଗବେଷଣା ଓ ବିକାଶର ନିର୍ଦ୍ଦେଶକ, କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ଓ ଆର୍ଥିକ ଉପଦେଷ୍ଟା, ପୁଲିସ-୧ର ସ୍ବତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ, ଡିଜିପି ଆସାମ, ଡିଜିପି ଚଣ୍ଡୀଗଡ଼, ଡିଜିପି ତାମିଲ୍ନାଡ଼ୁ, ଡିଜିପି ମଧ୍ୟପ୍ରଦେଶ, ବିଏସ୍ଏଫ୍ ଡିଜି, ଏନ୍ଇପିଏର ନିର୍ଦ୍ଦେଶକ, ଏସ୍ଭିପିଏନ୍ପିଏର ଯୁଗ୍ମ ନିର୍ଦ୍ଦେଶକ-୧ ଏବଂ ଏସ୍ଭିପିଏନ୍ପିଏର ଯୁଗ୍ମ ନିର୍ଦ୍ଦେଶକ ଏକାଡେମିର ସଦସ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ ଅଭୟ ପୂର୍ବରୁ ଏହି ଏକାଡେମିର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..