ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲରୁ ମୁକୁଳିଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି ନେତା ଅନୀଲ ଦେଶମୁଖ । ପ୍ରାୟ ୧୩ ମାସ ହେବ ଜେଲରେ ରହିବା ପରେ ବୁଧବାର ଜେଲରୁ ମୁକୁଳିଛନ୍ତି ଅନୀଲ ଦେଶମୁଖ। ତାଙ୍କ ବିରୋଧରେ ସିବିଆଇ ଫାଇଲ୍ କରିଥିବା ୧୦୦ କୋଟି ଟଙ୍କାର ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ମାମଲାରେ ଅନୀଲ ଦେଶମୁଖଙ୍କ ଜାମିନ ମଞ୍ଜୁର କରିଥିଲେ ବମ୍ବେ ହାଇକୋର୍ଟ। ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରୁ ସେ ମୁକ୍ତ ହୋଇଛନ୍ତି। ତାଙ୍କୁ ମୁକ୍ତ କରାଯିବା ପରେ ଅନିଲ ଦେଶମୁଖଙ୍କୁ ତାଙ୍କ ସମର୍ଥକମାନେ ହିରୋ ଭରି ସ୍ୱାଗତ କରିଥିଲେ। ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ କୋର୍ଟ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..