ରିପୋର୍ଟ କାର୍ଡ / ବ୍ରହ୍ମହପୁର
୨୫ ବର୍ଷ ପୂର୍ବର ଏକ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ହୋଇଥିବା ଆର୍ଆଇ ହତ୍ୟା ମାମଲାରେ ଆଜି ରାୟ ଶୁଣାଣି ହୋଇଛି । ସୂଚନା ଅନୁସାରେ, ଏହି ମାମଲାରେ ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ୧୯୯୮ରେ ସିନ୍ଧି ଗାଁରେ ଏକ ବୈଠକ ବେଳେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଓ ମାରପିଟ୍ରେ ଆର୍ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..