ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ- ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ସେ ୧୯୯୧ ମସିହାରେ କଂଗ୍ରେସ ଟିକେଟ୍ରେ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। ସଂସଦ ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରି ସେ ସେତେବେଳେ ଚର୍ଚ୍ଚାରେ ରହିଥିଲେ। ସୁବାସ ଚନ୍ଦ୍ର ନାୟକ ଗୋଟିଏ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡି ଓ ବିଜେପିରେ ମଧ୍ୟ ଯୋଗ ଦେଇଥିଲେ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..