ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କନିଷ୍ଠ ମହିଳା ପୋଲିସ ଅଧିକାରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ମାମଲାରେ ଆଜି ତାମିଲ୍ନାଡୁର ପୂର୍ବତନ ପୋଲିସ ମହାନିର୍ଦେଶକ ରାଜେଶ ଦାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ସେ ହେଉଛନ୍ତି ତାମିଲନାଡୁ କ୍ୟାଡର ଓଡ଼ିଆ ଆଇପିଏସ୍ ଅଫିସର | ୨୦୨୧ ଫେବ୍ରୁଆରିରେ ଉକ୍ତ କନିଷ୍ଠ ମହିଳା ପୋଲିସ ଅଧିକାରୀ ଫାଇଲ୍ କରିଥିବା ମାମଲାର ଶୁଣାଣି କରି ଆଜି ତାମିଲନାଡୁର ବିଲ୍ଲୁପୁରମ୍ ଅଦାଲତ ରାଜ୍ୟ ପୋଲିସ ଫୋର୍ସର ପୂର୍ବତନ ସ୍ବତନ୍ତ୍ର ମହାନିର୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହାଛଡ଼ା, ଅଭିଯୋଗ ଫାଇଲ୍ କରାଇବାରେ ବାଧା ଦେଇଥିବା ଜଣେ ପୁରୁଷ ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ଅଦାଲତ ୫୦୦ ଟଙ୍କା ଜରିମାନ କରିଛନ୍ତି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..