Report Card Odisha

| Daily Odia News

ପରୀକ୍ଷା ଦେବାକୁ ଆସି ପରୀକ୍ଷାର୍ଥୀ ମୃତ,ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଦେବଗଡ ରିଜର୍ଭ ପୋଲିସ ପଡିଆରେ ହୋମଗାର୍ଡ ଶାରୀରିକ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି । ମୃତକ ବୁଡିଦୋ ଗାଁର ସାହେବ ଦେହୁରୀ ବୋଲି ଜଣାପଡିଛି। ଗତକାଲି ହୋମଗାର୍ଡ ପରୀକ୍ଷା ଚାଲିଥିବାବେଳେ ସାହେବ ପ୍ରଥମେ ଦୌଡ ପରୀକ୍ଷା ଦେଇ ସେଥିରେ ଉତ୍ତିର୍ଣ୍ଣ ହୋଇଥିଲେ। ମାତ୍ର ଏହାପରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସାହେବଙ୍କର ମୃତ୍ୟୁ ଘଟିଥିଲା। ସେପଟେ ପରୀକ୍ଷାର୍ଥୀଙ୍କ ପ୍ରାଣହାନୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସାହେବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

Breaking News