ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭଞ୍ଜନଗର ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ ରାଜେନ୍ଦ୍ର ମିଞ୍ଜଙ୍କୁ ପଦୋନ୍ନତି ଦେଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ପ୍ରଶାସନିକ ଭାବେ ବଦଳି କରାଯାଇଛି। ସେହିପରି ଗଞ୍ଜାମ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ସେହିପରି କଟକରେ ଅବକାରୀ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ କାର୍ଯ୍ୟ କରିବାକୁ କୁହାଯାଇଛି । ବରିଷ୍ଠ ଓଏଏସ୍ ସୁଦାମ ଚରଣ ମଣ୍ଡଳଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ମଣ୍ଡଳ ଏବେ ଶିଳ୍ପ ର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଅତିରିକ୍ତ ଭାବେ ନୂଆ ଦାୟିତ୍ୱ ତୁଲାଇବେ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..