Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ। ବିଲ କରାଇ ଦେବାକୁ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ତାଙ୍କୁ ଧରିବାରେ ସଫଳ ହୋଇଛି। ସହରାଞ୍ଚଳର ଠିକାଦାର ଜ୍ୟୋତିରଞ୍ଜନ ମିଶ୍ର ଦୀର୍ଘଦିନ ଧରି ବିଲ ପାଇଁ ତାଙ୍କ ନିକଟକୁ ଯିବା ସହିତ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ୨୦ ହଜାର ନ ଦେଲେ ବିଲ ହୋଇପାରିବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ। ଏ ନେଇ ଶ୍ରୀ ମିଶ୍ର ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିବା ବେଳେ ବିଭାଗ ଜାଲ ବିଛାଇଥିଲା। ଆଜି ସନ୍ଧ୍ୟାରେ ଉମାଦେବୀ ସାହିରେ ଥିବା କ୍ୱାର୍ଟରରେ ଶ୍ରୀ ଧଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଳା ଏବଂ ସେ ନେଇଥିବା ଲାଞ୍ଚ ଟଙ୍କା ଜବତ କରିଥିଲା। ଏହାପରେ ଶ୍ରୀ ଧଳଙ୍କୁ କ୍ଵାର୍ଟର ସମେତ ଏନଏସି କାର୍ଯ୍ୟଳୟ ଭଳି ବିଭିନ୍ନ ସ୍ଥାନକୁ ନେଇ ଭିଜିଲାନ୍ସ ବିଭାଗ ତନାଘନା କରୁଥିବା ଜଣାପଡିଛି।

Breaking News