ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ନଇଛନ୍ତି ବଡ଼ ନିଷ୍ପତି |ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଶନିବାର କେନ୍ଦ୍ର ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ଥିବା ଜନସାଧାରଣଙ୍କୁ ଆସନ୍ତା ଏକ ବର୍ଷ ଯାଏଁ ଅର୍ଥାତ୍ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ ଦେବା ପାଇଁ ନିଷ୍ପତ୍ତି ନେଇ ନେଇଛନ୍ତି। ଏହି କଲ୍ୟାଣକାରୀ ଯୋଜନା ଆଧାରରେ ବିପିଏଲ୍ ରେ ଅନ୍ତର୍ଭୁକ୍ତ ଥିବା ସଭିଁଙ୍କୁ ପ୍ରତି ବ୍ୟକ୍ତି ପିଛା ପ୍ରତ୍ୟେକ ମାସ ୫ କେଜି ଖାଦ୍ୟଶସ୍ୟ ମାଗଣାରେ ପ୍ରଦାନ କରାଯାଏ। କରୋନା ମହାମାରୀ ପରେ ଆର୍ଥିକ କ୍ଷେତ୍ର ଓ ମହଙ୍ଗା ମାଡ ଦେଇ ଗତି କରୁଥିବା ଦେଶର କୋଟି କୋଟି ଗରିବ ପରିବାରଙ୍କୁ କେନ୍ଦ୍ର ସରକାର ପୁଣି ଥରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ଥିବା ଜନ ସାଧାରଣଙ୍କୁ ଏହି ମାଗଣା ଖାଦ୍ୟଶସ୍ୟ ମିଳିବ। ଗରିବଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ପ୍ରଦାନ କରିବା ପାଇଁ ସରକାର ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ। ଏହି କଲ୍ୟାଣକାରୀ ଯୋଜନା ଅନୁଯାୟୀ, ଡିବିଟି (DBT) ଅନ୍ତର୍ଗତ ସାମିଲ ବ୍ୟକ୍ତିଙ୍କ ସମେତ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ଓ ବିପିଏଲ୍ ପରିବାରରେ ସାମିଲ ପ୍ରତ୍ୟେକଙ୍କୁ ପ୍ରତି ମାସରେ ୫ କିଲୋ ଖାଦ୍ୟଶସ୍ୟ ମାଗଣାରେ ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ ପରିବାରକୁ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ବିଭିନ୍ନ ପ୍ରକାରର ରାସନକାର୍ଡ ଦିଆଯାଏ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..