ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେରୁମବାଭୋରର କଂଗ୍ରେସ ବିଧାୟକ ଏଲଡୋସ କୁନ୍ନାପ୍ପିଲ୍ଲୀ ଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । କେରଳର ଜିଲ୍ଲା କ୍ରାଇମବ୍ରାଞ୍ଚ ପ୍ରଥମେ ବିଧାୟକଙ୍କ ନାଁରେ ଅପହରଣ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରୁଥିଲା। ହେଲେ ପୀଡ଼ିତାଙ୍କ ବୟାନକୁ ଆଧାର କରି ଏବେ ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ସେହିପରି ଘଟଣାରେ ଗୋଟିଏ ରିପୋର୍ଟ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟରେ ମଧ୍ୟ ଦାଖଲ କରିଛି। ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବିଧାୟକ ଏଲଡୋସ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକାଧିକ ଥର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଛନ୍ତି। ସେହିପରି ସେପ୍ଟେମ୍ବର ୧୪ରେ ବିଧାୟକଙ୍କ ଲୋକମାନେ ତାଙ୍କୁ ଘରୁ ଅପହରଣ କରି ନେଇଥିଲେ। ଏହାପରେ କାର୍ ଭିତରେ ବିଧାୟକ ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ ଓ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ପୂରା ଘଟଣାକୁ ରଫାଦଫା କରିବା ପାଇଁ ବିଧାୟକ ୩୦ ଲକ୍ଷ ଟଙ୍କାର ଲୋଭ ଦେଖାଇଥିବା ପୀଡ଼ୀତା ଜଣଙ୍କ ଅଭିଯୋଗ କରିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..