ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଖିଧରା ରୋଗସଂଖ୍ୟା ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ। ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ତାପମାତ୍ରାରେ ପରିବର୍ତ୍ତନ ହୋଇ କିଛି ଭୂତାଣୁ ସକ୍ରିୟ ହୁଅନ୍ତି। ଏହି ସମୟରେ ଥଣ୍ଡାକାଶ ମଧ୍ୟ ହୁଏ। ସେହି ଅନୁସାରେ କିଛି ସଂଖ୍ୟା ବଢିଛି। ଏହା ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଏ, ରୁମାଲ, ଆଖିରେ ହାତ ମାରିବା ବ୍ୟକ୍ତିଠାରୁ ବ୍ୟକ୍ତି ସଂପର୍କରେ ଆସିଲେ ବ୍ୟାପେ। କିଏ କାହାକୁ ଅନେଇଲେ ଏହା ବ୍ୟାପେ ନାହିଁ। ସଚେତନ ରହିଲେ ବିଶେଷ ଅସୁବିଧା ନାହିଁ। ସପ୍ତାହକ ଭିତରେ ଆଖି ଭଲ ହୋଇଯାଏ। ବିଭିନ୍ନ ପରିସ୍ଥିତି ଭିତରେ ଜୀବାଣୁମାନେ ଅଛନ୍ତି। କ୍ଲଷ୍ଟରରେ ହେଲେ ସଂଖ୍ୟା ବଢ଼ିଚାଲେ, ଆତଙ୍କିତ ହେଲା ଭଳି କିଛି ନାହିଁ। ହାତ ଦ୍ୱାରା ଏହା ବ୍ୟାପିଥାଏ। ଏଣୁ ହାତ ବାରମ୍ବାର ଧୋଇବା ଦରକାର। ଏହା ହେଲେ ଜ୍ୱର ହେବା ଓ ମୁଣ୍ଡ ବିନ୍ଧିବାର ସମ୍ଭାବନା ଥାଏ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..