ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍କୁ ମୁକାବିଲା କରିବା ଲାଗି ଆମେରିକା ଓ ଭାରତ ମିଳିତ ଭାବେ ଡ୍ରୋନ୍ ନିର୍ମାଣ କରିବେ | ଏନେଇ ‘ପେଣ୍ଟାଗନ୍’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଡ୍ରୋନ୍ ନିର୍ମାଣ କରି ଭାରତ ସେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଦେଶକୁ ରପ୍ତାନି କରିବ। ମୁଖ୍ୟତଃ ରୁଷ୍ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଭାରତ ତା’ର ଅସ୍ତ୍ରଶସ୍ତ୍ର ଭଣ୍ଡାର ସମ୍ପ୍ରସାରଣ କରିବାକୁ ଚାହେଁ। ସେଥିପାଇଁ ସେ ନିଜସ୍ବ ପ୍ରତିରକ୍ଷା ଶିଳ୍ପ ବିକାଶ କରିବାକୁ ଇଚ୍ଛୁକ। ଦଳେ ସାମ୍ବାଦିକ ଏବଂ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ‘ଇଣ୍ଡୋ-ପାସିଫିକ୍ ସିକ୍ୟୁରିଟି ଆଫେୟାର୍ସ’ର ସହକାରୀ ସଚିବ ଥିବା ଏଲଇ ରାଟ୍ନର୍ ନାମକ ଉକ୍ତ ବରିଷ୍ଠ ସେନା ଅଧକାରୀ କହିଛନ୍ତି, ଉଭୟ କ୍ଷେତ୍ରରେ ଆମେ ଭାରତକୁ ସହଯୋଗ କରିବାକୁ ଚାହୁଁଛୁ ଏବଂ କରୁଛୁ ମଧ୍ୟ। ବାସ୍ତବ କ୍ଷେତ୍ରରେ ଦେଖିଲେ, ଭାରତର ନିଜସ୍ବ ଆଧୁନିକୀକରଣ ଲକ୍ଷ୍ୟ ହାସଲରେ ସହଯୋଗ ନିମନ୍ତେ ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଆମେ ଭାରତ ସଙ୍ଗରେ ମିଳିତ ଭାବେ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବୁ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..