ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମିଜମା ବିବାଦକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ନେଲା ସାଂଘାତିକ ରୂପନେଇଛି । ଦୁର୍ବୃତ୍ତମାନେ ପୂର୍ବରୁ ଜଣେ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଜେଲ୍ରୁ ଆସିବା ପରେ ଘଟାଇଛନ୍ତି ବୀଭତ୍ସ କାଣ୍ଡ। ସେମାନେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଦୁର୍ବୃତ୍ତମାନେ ମହିଳାଙ୍କ ଆଖି ତାଡ଼ି ଦେଇଥିବା ବେଳେ ତାଙ୍କ ସ୍ତନକୁ କାଟି ଦେଇଛନ୍ତି । ଏଥିସହ ତାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି କରିଛନ୍ତି। ମହିଳାଙ୍କ ମୃତ୍ୟୁ ହେବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ବିହାରର ଖାରଗରିଆ ଜିଲ୍ଲାରେ ଘଟିଛି। ମୃତା ମହିଳାଜଣକ ସୁଲେଖା ଦେବୀ ବୋଲି ଜଣାଯାଇଛି। ପ୍ରସରାହା ଗାଁର ସୁଲେଖା ଦେବୀ ଗତକାଲି ନିଜ ବିଲକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଁ ନିକଟରେ ତାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଭଳି ବୀଭତ୍ସ କାଣ୍ଡ ହୋଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..