ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଅନ୍ୟାନ୍ୟ ରାଜନୈତିକ ଦଳ ଅପେକ୍ଷା ଭାରତରେ ନିର୍ବାଚନ ପ୍ରଚାର ବିଜ୍ଞାପନ ବାବଦକୁ ‘ଭାରତୀୟ ଜନତା ପାର୍ଟି’ଠାରୁ ‘ଫେସ୍ବୁକ୍’ କମ୍ ମୂଲ୍ୟ ନେଉଛି | ଏହି କଥା କଥା ବିଶ୍ଳେଷଣରୁ ଜଣାପଡ଼ିଛି। ୨୨ ମାସରେ କରାଯାଇଥିବା ୧୦ଟି ନିର୍ବାଚନ ଉପରେ ଆଧାରିତ ଏହି ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୧୯ରେ ‘ବିଜେପି’ ବିଜୟୀ ହୋଇଥିବା ଜାତୀୟ ନିର୍ବାଚନ ସମତେ ୧୦ଟି ନିର୍ବାଚନରୁ ୯ଟିର ପ୍ରଚାର ବିଜ୍ଞାନପନ ପାଇଁ ବିରୋଧୀ ଦଳମାନଙ୍କ ତୁଳନାରେ ‘ବିଜେପି’ଠାରୁ କମ୍ ମୂଲ୍ୟ ନିଆଯାଇଛି। ସୁଲଭ ଦର ଯୋଗୁଁ ‘ବିଜେପି’ ଭାରତରେ ‘ଫେସ୍ବୁକ୍’ର ସବୁଠୁ ବଡ଼ ‘କ୍ଲାଏଣ୍ଟ୍’ (ଗ୍ରାହକ) ହୋଇପାରିଛି। କେବଳ ସେତିକି ନୁହେଁ, ସ୍ବଳ୍ପ ଅର୍ଥ ବ୍ୟୟ କରି ‘ବିଜେପି’ ଅଧିକ ଭୋଟ୍ଦାତାମାନଙ୍କ ପାଖରେ ପହଞ୍ଚିବାରେ ନିର୍ବଚାନ ପ୍ରଚାରରେ ଅଗ୍ରଣୀ ରହିଥିଲା। ଭାରତରେ ସଂସ୍ଥାପିତ ଲାଭରହିତ ଗଣମାଧ୍ୟମ ସଂଗଠନ ‘ଦି ରିପୋଟର୍ସ କଲେକ୍ଟିଭ୍’ (ଟିଆର୍ସି) ଏବଂ ସାମାଜିକ ଗଣମାଧ୍ୟମରେ ରାଜନୈତିକ ବିଜ୍ଞପ୍ତି ଉପରେ ଗବେଷଣା କରୁଥିବା ପ୍ରକଳ୍ପ ‘ଆଡ୍.ୱାଚ୍’ ୨୦୧୯ ଫେବ୍ରୁଆରି ରୁ ୨୦୨୦ ନଭେମ୍ବର ମାସ ମଧ୍ୟରେ ‘ଫେସ୍ବୁକ୍’ରେ ପୋଷ୍ଟ୍ ହୋଇଥିବା ୫୩୬,୦୭୦ଟି ରାଜନୈତିକ ବିଜ୍ଞାପନର ତଥ୍ୟାବଳୀ ବିଶ୍ଳେଷଣ କରିଥିଲେ। ଏଥିରୁ ଜଣାପଡ଼ିଥିଲା, ଗୋଟିଏ ବିଜ୍ଞାପନକୁ ୧୦ ଲକ୍ଷ ଥର ପ୍ରଦର୍ଶନ କରିବା ଲାଗି ‘ଫେସ୍ବୁକ୍’ ‘ବିଜେପି’, ତା’ର ପ୍ରାର୍ଥୀ ଏବଂ ତା’ର ସହଯୋଗୀ ଅନୁଷ୍ଠାନଗୁଡ଼ିକ ଠାରୁ ୫୪୬ ଡଲାର୍ (୪୧,୮୪୪ ଟଙ୍କା) ନେଇଥିଲା। କିନ୍ତୁ, ମୁଖ୍ୟ ବିରୋଧୀ ଦଳ ‘ଭାରତୀୟ ଜାତୀୟ କଂଗ୍ରେସ’ ତା’ର ପ୍ରାର୍ଥୀ ଏବଂ ତା’ର ସହଯୋଗୀ ଅନୁଷ୍ଠାନମାନଙ୍କୁ ସମାନ ଧରଣର ବିଜ୍ଞାପନ ପ୍ରଦର୍ଶନ ଲାଗି ଫ୭୦୨ ଡଲାର୍ (୫୩,୭୭୬ ଟଙ୍କା) ବା ୨୯% ଅଧିକ ଅର୍ଥ ଦେବାକୁ ପଡ଼ିଥିଲା। ରାଜନୈତିକ ବିଜ୍ଞାପନରେ ସବୁଠୁ ଅଧିକ ବ୍ୟୟ କରୁଥିବାରୁ ଦଳ ହୋଇଥିବାରୁ ‘ଟିଆର୍ସି’ ଏବଂ ‘ଆଡ୍.ୱାଚ୍’ ‘ବିଜେପି’ ସହ ‘କଂଗ୍ରେସ’ର ତୁଳନା କରିଛି। ୨୨ ମାସର ତଥ୍ୟାବଳୀରୁ ଜଣାପଡ଼ିଛି ଯେ, ନିଜ ନିଜର ‘ଅଫିସିଆଲ୍ ପେଜ୍’ରେ ବିଜ୍ଞାପନ ପୋଷ୍ଟ୍ କରିବା ବାବଦରେ ‘ବିଜେପି’ ଏବଂ ତା’ର ସହଯୋଗୀ ଦଳମାନେ ୧.୩୬ ନିୟୁତ ଡଲାର୍ (୧୦୪.୧ ନିୟୁତ ଟଙ୍କା) ବ୍ୟୟ କରିଛନ୍ତି। ମାତ୍ର ଏଥିପାଇଁ ‘କଂଗ୍ରେସ’ ଏବଂ ତା’ର ସହଯୋଗୀ ଦଳମାନେ ୮୪୧,୦୦୦ ଡଲାର୍ (୬୪.୪ ନିୟୁତ ଟଙ୍କା) ଖର୍ଚ୍ଚ କରିଛନ୍ତି। ସେହିପରି, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରରେ ‘କଂଗ୍ରେସ’ ପ୍ରତି ମିଲିୟନ୍ ଭିୟୁ ପାଇଁ ‘ଫେସ୍ବୁକ୍’କୁ ୩୯,୦୦୯ ଟଙ୍କା ଦେଇଥିବା ବେଳେ ‘ବିଜେପି’ ମାତ୍ର ୩୫,୫୯୬ ଟଙ୍କା ଦେଇଛି। କିନ୍ତୁ, ଏଥିାପାଇଁ ‘ଫେସ୍ବୁକ୍’କୁ ‘ଆମ୍ ଆଦ୍ମୀ ପାର୍ଟି’ ଦେଇଛି ସବୁଠୁ ଅଧିକ ଅର୍ଥାତ୍ ୬୪,୧୭୩ ଟଙ୍କା ଦେଇଛି। ଏହା ବ୍ୟତିରେକେ, ୨୦୨୦ ବିହାର ନିର୍ବାଚନ ବିଜ୍ଞାପନ ବାବଦରେ ପ୍ରତି ମିଲିୟନ୍ ଭିୟୁ ଲାଗି ‘ଫେସ୍ବୁକ୍’କୁ ‘ବିଜେପି’ ୩୭,୨୮୫ ଟଙ୍କା, କଂଗ୍ରେସ ୪୫,୨୦୭ ଟଙ୍କା, ‘ଜନତା ଦଳ ୟୁନାଇଟେଡ୍’ ସବୁଠୁ ଅଧିକ ୬୬,୭୦୪ ଟଙ୍କା ଦେଇଥିଲା। କିନ୍ତୁ, କେବଳ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ ‘ଫେସ୍ବୁକ୍’କୁ ‘ବିଜେପି’ ଠାରୁ କମ୍ ଅର୍ଥ ଦେଇଥିଲା। ବିଜ୍ଞାପନ ବାବଦରେ କଂଗ୍ରେସ୍ ୩୮,୧୨୪ ଟଙ୍କା ଦେଇଥିବା ବେଳେ ‘ବିଜେପି’ ଦେଇଥିଲା ୪୩,୪୮୨ ଟଙ୍କା।
More Stories
ପାକିସ୍ତାନର ଟ୍ରେନ ଅପହରଣରେ ଭାରତର ହାତଥିବା ଅଭିଯୋଗ…..
ପୌର ନିର୍ବାଚନରେ ବିଜେପିର ବାଜି ମାତ…..
ସର୍ଚ୍ଚ ଅପରେସନରେ ସାମିଲ ହେଲା ରୋବୋଟ୍…..