ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହାରି ଭିତରେ ରୋଚକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ୫୦୦ ଟଙ୍କିଆ ନୋଟରେ ଲାଲକିଲ୍ଲା ବଦଳରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ପ୍ରଭୁ ରାମଙ୍କ ଫଟୋ ଛପାଯାଇଛି । ଏହା ଖୁବ ଭାଇରାଲ ହେଉଥିବା ବେଳେ ଏହି ଖବର ସମୂର୍ଣ୍ଣ ମିଛ ବୋଲି ଜଣାପଡିଛି । ଏହି ୫୦୦ ଟଙ୍କିଆ ନୋଟକୁ ଦେଖି କେହି କେହି କହୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ନୂଆ ୫ଶହ ଟଙ୍କିଆ ନୋଟ ମାର୍କେଟକୁ ଆସିବାକୁ ଯାଉଛି । ଏହାକୁ ଅନେକ ଲୋକ ସେୟାର କରିଥିବା ଦେଖିବାକୁ ମିଳିଛି । ତେବେ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଏଭଳି କିଛି ପରିବର୍ତ୍ତନ ହୋଇଥିଲେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥାନ୍ତା ବୋଲି କୁହାଯାଉଛି ।






More Stories
ଆମର ଆଉ ୨ ଦାବି ପୂରଣ କରିବାକୁ ହେବ…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ଧର୍ମେନ୍ଦ୍ର ପ୍ରଧାନ ଦେଲେ ଇସ୍ତଫା…..