Report Card Odisha

| Daily Odia News

ନକଲି ନୋଟ କାରଖାନା ପର୍ଦ୍ଦାଫାସ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନକଲି‌ ନୋଟ୍‌ କାରଖାନାର ଠାବ କରିଛି ପୋଲିସ |ବରଗଡ଼ ଜିଲ୍ଲା ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର।ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳ‌ରେ ଏକ ନକଲି ନୋଟ୍‌ ଛାପା କାରଖାନା ପରିଚାଳିତ ହେଉଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବରଗଡ଼ ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ଚଢ଼ଉ ପାଇଁ ସ୍ବତନ୍ତ୍ର ଭାବେ ଯୋଜନା କରିଥିଲା। ଏସ୍‌ଟିଏଫ ଚଢ଼ଉ ସମୟରେ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି ବେଆଇନ୍‌ କାମରେ ନିୟୋଜିତ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା ପରୱାନୀ ଥାନା ଅଞ୍ଚଳର ରାମ ଲଖନଙ୍କ ପୁଅ ପଟ୍ଟୁ ଯାଦବ ଓ ବରପାଲି ଥାନା ଅନ୍ତର୍ଗତ ମାହାତୋମପଡ଼ା ଗାଁର ପଣ୍ଡାଲୁ ମେହେରଙ୍କ ପୁଅ ବଳରାମ ମେହେରଙ୍କୁ ଗିରଫ କରାଯାଇଛି । ଚଢ଼ଉ ସମୟରେ ବ୍ୟାପକ ପରିମାଣରେ ଜାଲ୍‌ ନୋଟ୍‌ ସହ ମେସିନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ବରଗଡ଼ ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

 

Breaking News