ରିପୋର୍ଟ କାର୍ଡ / ଦେବଗଡ଼
ଦେବଗଡ଼ ଜିଲ୍ଲା ତିଲେଇବଣି ଟିପିରିସିଂହା ଗାଁରେ ଚଢ଼ଉ କରି ପୋଲିସ ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଅର୍ଣ୍ଣବ ମଣ୍ଡଳ| ସେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ପ୍ରମୋଦପଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଖବର ଅନୁସାରେ, ଅର୍ଣ୍ଣବ ୨୦୨୦ ରେ ଟିପିରିସିଂହା ଗାଁକୁ ଆସି ଏକ କ୍ଲିନିକ ଖୋଲିଥିଲେ। ସେଠାରେ ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ । ସେ ଯୁକ୍ତଦୁଇ ପାସ କରିଥିବା ବେଳେ ଚିକିତ୍ସା କରିବାପାଇଁ ତା ପାଖରେ ଡାକ୍ତରୀ ପାଠ୍ୟକ୍ରମର ପ୍ରମାଣ ପତ୍ର ନଥିବା ଜଣାପଡ଼ିଛି। ଏନେଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଖବରପାଇ କ୍ଲିନିକ ଉପରେ ଚଡ଼ଉ କରି ଅର୍ଣ୍ଣବକୁ ଗିରଫ କରିଛି। କ୍ଲିନିକରୁ ପୋଲିସ ଲକ୍ଷାଧିକ ଟଙ୍କାର ବିଭିନ୍ନ ରୋଗର ଔଷଧ ଜବତ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବଗଡକୁ ଆସିବା ପୂର୍ବରୁ ପଶ୍ଚିମବଙ୍ଗରେ ଜଣେ ଡାକ୍ତରଙ୍କ ପାଖେ କାମ କରୁଥିଲେ ବୋଲି କହିଛନ୍ତି। ଅର୍ଣ୍ଣବ ଅନେକ ସରକାରୀ ମାଗଣା ଔଷଧ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ସେ ସରକାରୀ ଔଷଧ କେଉଁଠୁ ଆଣୁଥିଲେ ସେନେଇ ପୋଲିସ ତଦନ୍ତ କରୁଛି। ତାଙ୍କ ନାଁରେ ଦେବଗଡ଼ ଆଦର୍ଶ ଥାନାରେ ବିଭିନ୍ନ ଦଫାରେ ପୋଲିସ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..