ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାରମ୍ବାର ରିମାଣ୍ଡରେ ନେଇ ନକଲି ଡାକ୍ତର ରମେଶ ସ୍ବାଇଁଠାରୁ ସତ ବାହାର କରିପାରିଲେନି ପୋଲିସ ଅଧିକାରୀ | ବାରମ୍ବାର ସମସ୍ତଙ୍କୁ ମିଛ କହି ଭୂଆଁ ବୁଲାଇଥିଲେ ରମେଶ । ଏବେ ମିଛଧରା ଯନ୍ତ୍ରକୁ ବି ସେ ଖାତିର କରିନାହିଁ। ମିଛଧରା ଯନ୍ତ୍ର ଆଗରେ ବି ସେ ଡାହା ମିଛ ହିଁ କହିଥିବା ଜଣାପଡ଼ିଛି। ଆଜି ମିଳିଥିବା ଲାଏ ଡିଟେକ୍ସନ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେଣୁ ତା’ଠାରୁ ସତ ଉଗାରିବା ପାଇଁ ପୁଲିସର ସବୁ ଉଦ୍ୟମ ବିଫଳ ହୋଇଥିବା କୁହାଯାଉଛି। ତେବେ ଶେଷ ଚେଷ୍ଟା ଜାରି ରଖିଛି ପୁଲିସ। ତାକୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଅଣାଯାଇଛି। ତା’ର ମୁଖ୍ୟ ସହଯୋଗୀ ବିଶ୍ବରଞ୍ଜନକୁ ମଧ୍ୟ ଏହି ରିମାଣ୍ଡରେ ଅଣାଯାଇଛି। ସେମାନଙ୍କୁ ମୁହାଁମୁହିଁ ଜେରା କରି ପୁଲିସ ସତ ବାହାର କରିବ ବୋଲି ଆଶା କରିଛି।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..