ରିପୋର୍ଟ କାର୍ଡ / ଭୁବନେଶ୍ୱର
ରସିକିଆ ନକଲି ଡାକ୍ତ ରମେଶ ସ୍ୱାଇଁଙ୍କ ବାହାଘର ଓ ଟଙ୍କା ଲୁଟ ଘଟଣାକୁ ନେଇ ଯେତେ ଖୋଳତାଡ଼ ଚାଲୁଛି ସେତେ ଗୁମର ଖୋଲୁଛି । ରମେଶଙ୍କ ଗୁମର ଖୋଲିଛନ୍ତି ପରିଚାରିକା । ସେ କହିଛନ୍ତିି ଯେ, ‘୨ ବର୍ଷ ପରିଚାରିକା ଭାବେ ରମେଶଙ୍କ ପାଖରେ ରହି କାମ କରିଥିଲି । କାମ କରିବା ସମୟରେ ରମେଶ ୬ ମହିଳାଙ୍କୁ ବାହା ହୋଇଥିଲେ । କିଛି ମହିଳାଙ୍କୁ ରମେଶଙ୍କ ବାବଦରେ କହିବାରୁ ରମେଶ ମୋତେ ବାହାର କରିଦେଲେ ।’ ତେବେ ଆଜି ରମେଶର ଘରୋଇ ସହାୟିକା ଠାବ କରିଥିଲା ପୋଲିସ । ରମେଶର ଘରୋଇ ସହାୟିକା ଗୀତାକୁ ଠାବ କରିବା ପରେ ରମେଶର କିଛି ଗୁମର ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ, ଗୀତା ରମେଶ ପାଖରେ ଦୀର୍ଘ ବର୍ଷ ଧରି କାମ କରୁଥିଲା । ଅନ୍ୟପଟେ ଗୀତାଠାରୁ ରମେଶ ସମ୍ବନ୍ଧୀୟ ତଥ୍ୟ ଖୋଜୁଛି ପୋଲିସ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..