Report Card Odisha

| Daily Odia News

ଆଜିଠୁ ୫ଦିନି‌ଆ ରିମାଣ୍ଡରେ ରସିକିଆ ନକଲି ଡାକ୍ତର…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ‌ଆଜିଠୁ ୫ଦିନି‌ଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ | ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ତେବେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ଗୁଆହାଟୀ ମହିଳାଙ୍କୁ ଠକେଇ ମାମଲାରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ରିମାଣ୍ଡ ବେଳେ ରମେଶର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯିବ । ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲାର ରୁଜୁ ହେଲାଣି।

Breaking News