ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଆଜି ଏସଟିଏଫ ଗିରଫ କରିଛି | ଏହି ଠକର ନାମ କିଶୋର କୁମାର ମିଶ୍ର ହୋଇଥିବାବେଳେ ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲେ | ମୁଖ୍ୟତଃ କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ | କୋରାପୁଟରେ ରହି ସାଧାରଣ ଲୋକ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲେ | ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ଜବତ କରିଛି | ସେହିପରି ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..