Report Card Odisha

| Daily Odia News

ନକଲି ବ୍ୟାଙ୍କ ମ୍ୟାନେଜର ଗିରଫ…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ବ୍ୟାଙ୍କ ରୁ କୋଭିଡ୍ ଲୋନ୍ କରାଇଦେବା କୁ କହି ୧୦ ହଜାର ଟଙ୍କା ଠକି ନେଇଥିଲେ ନକଲି ବ୍ୟାଙ୍କ ମ୍ୟାନେଜର | ନିଜକୁ ଜଣେ ବ୍ୟାଙ୍କ ମ୍ୟାନେଜର ବୋଲି ପରିଚୟ ଦେଇଥିଲେ | ଏହି ଘଟଣା ଗତ ଫେବୃଆରୀ ମାସରେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅଧିନସ୍ଥ ଧାମରା ଗ୍ରାମର ସଚ୍ଚୀକାନ୍ତ ନାୟକ ନିଜକୁ ଜଣେ ବ୍ୟାଙ୍କ ମ୍ୟାନେଜର ବୋଲି ପରିଚୟ ଦେଇ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଦୀପକ ପ୍ରଧାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ କରାଇ କୋଭିଡ୍ ଋଣ ଏକ ଲକ୍ଷ ଟଙ୍କା କରାଇ ଦେବ ବୋଲି କହିଥିଲେ | ସେ ଦୀପକଙ୍କ ଠାରୁ ଅଗ୍ରୀମ ୧୦ ହଜାର ଟଙ୍କା ଠକି ନେଇ ଚମ୍ପଟ ମାରିଥିଲେ ନକଲି ବ୍ୟାଙ୍କ ମ୍ୟାନେଜର । ଏନେଇ ଦୀପକ ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ନିରାକାରପୁର ଥାନା ନିରୀକ୍ଷକ ଗୀତାଞଳୀ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍ ଅତର୍କିତ ଚଢାଉ କରି ନକଲି ବ୍ୟାଙ୍କ ମ୍ୟାନେଜର ସଚ୍ଚୀକାନ୍ତ ନାୟକକୁ ଗିରଫ କରିଛି ।

 

Breaking News