Report Card Odisha

| Daily Odia News

ନକଲି ଔଷଧ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୌଣସି ରୋଗଗ୍ରସ୍ତ ହେଲେ ଜୀବନ ବଞ୍ଚାଇବା ପାଇଁ ମେଡିସନ୍ ବ୍ୟବହାର କରିଥାଉ | ଆଉ ସେଥିରେ ଯଦି ନକଲି ମେଡିସନ ବ୍ୟବହାର କରାଯାଏ ରୋଗୀ ବଂଚିବା ବଦଳରେ ଜୀବନ ଚାଲିଯିବ | ଆଜି ଡ୍ରଗ କଣ୍ଟ୍ରୋଲରଙ୍କ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ମେଡିସନ୍ ଦୋକାନରେ ରେଡ୍ ହୋଇଛି । ସୂଚନା ଅନୁସାରେ, ନକଲି କରାଯାଇଥିବା ଟେଲମା-୪୦ ମେଡିସିନ୍ ଯାଞ୍ଚ ନେଇ ଏହି ଚଢ଼ାଉ କରାଯାଉଛି । ବିଭିନ୍ନ ମେଡିସିନ୍ ଦୋକାନରେ ରେଡ କରି ନମୂନା ସଂଗ୍ରହ କରିଛି ଡ୍ରଗ କଣ୍ଟ୍ରୋଲର ଟିମ୍ । ଅନ୍ୟପଟେ ଗଲା ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗତକାଲି ବିଜ୍ଞପ୍ତି ଜାରି ହେବାପରେ ଆଜିସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏଭଳି ଔଷଧ ଯାଇଥିବା ସୂଚନାରୁ ଜଣାପଡ଼ିଛି।

 

Breaking News