Report Card Odisha

| Daily Odia News

ଧରା ପଡ଼ିଲେ ନକଲି ଶିକ୍ଷକ……

ରିପୋର୍ଟ କାର୍ଡ / ବଲାଙ୍ଗିର

ବଲାଙ୍ଗିର ଜିଲ୍ଲାରୁ ନକଲି ଶିକ୍ଷକ ଧରାପଡ଼ିବାର ଧାରା ଜାରି ରହିଛି । ଜାଲ ସାର୍ଟିଫିକେଟର କାରଖାନା ବଲାଙ୍ଗିରରୁ ବାହାରିବ ପରେ ସାର୍ଟିଫିକେଟ ଯାଞ୍ଚକୁ ଜୋରଦାର କରାଯାଇଛି। ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଆଗରୁ ଅନେକ ଶିକ୍ଷକ ଚାକିରିରୁ ବହିଷ୍କାର ହେଇସାରିଛନ୍ତି। ଏବେ ପୁଣି ଜଣେ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ମନ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଶିକ୍ଷା ବିଭାଗ ତାଙ୍କ ଟିଚର ଟ୍ରେନିଂ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ପଠାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ମାଧ୍ୟମକି ଶିକ୍ଷା ପରିଷଦ ଏନେଇ ଶିକ୍ଷା ବିଭାଗକୁ ଜଣାଇଥିଲା। ଏହା ପରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁକାନ୍ତ କୁମାର ମନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ତା’ ସହିତ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଭାବେ ତାଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି। ନକଲି ଶିକ୍ଷକ ଜଣକ ଫେରାର ଥିବା ଜଣାପଡ଼ିଛି।

Breaking News