Report Card Odisha

| Daily Odia News

ଏଫଏମ ୟୁନିଭର୍ସିଟିକୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା…..

ରିପୋର୍ଟ କାର୍ଡ / ବାଲେଶ୍ଵର

ଏଫଏମ ୟୁନିଭର୍ସିଟିକୁ ମିଳିଲା ଗ୍ରେଡ଼ ଏ-ୱାନ୍ ମାନ୍ୟତା । ଓଡିଶାର ତଥା ବାଲେଶ୍ଵରର ବହୁ ପୁରାତନ କଲେଜ ଫକୀର ମୋହନ ୟୁନିଭର୍ସିଟିକୁ ନାକ୍ ପକ୍ଷରୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା ମିଳିଥିବା ଖବର ଆସି ପହଞ୍ଚିଛି । ତେବେ ଏହି ସଫଳତାକୁ ନେଇ କଲେଜ କତୃପକ୍ଷ, ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ମାନେ ବେଶ ଉତ୍ସାହିତ ହୋଇଛନ୍ତି । ୩.୧୮ ସହ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟଳୟ ମଧ୍ୟରୁ ସର୍ବ ଶ୍ରେଷ୍ଠ ହୋଇପାରିଛି ଫକୀର ମୋହନ ବିଶ୍ୱବିଦ୍ୟଳୟ । ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ଆଗରେ ରହିଛି ଏହି କଲେଜ । ଗତ ୧୨ ତାରିଖରେ ନାକ୍ ପକ୍ଷରୁ ଏକ ଟିମ୍ କଲେଜ ପରିଦର୍ଶନ କରିବାକୁ ଆସିଥିଲେ । ତେବେ ଆଜି ଏହି ଏଫଏମ ୟୁନିଭର୍ସିଟିକୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା ଘୋଷଣା କରିଛି ନାକ୍ ।

Breaking News