ରିପୋର୍ଟ କାର୍ଡ / ଶ୍ରୀକାକୁଲମ
ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଟେକ୍ନିସିଆନ୍ମାନଙ୍କ ସହ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ବଗିକୁ ଟ୍ରେନ୍ ସହ ଯୋଡ଼ିଥିଲେ। ଏହାପରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାପଡ଼ଛି। ଅପରପକ୍ଷେ ଏହି କାରଣରୁ ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..