ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ- ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ବର୍ଷା ହାଜର ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ୯ ତାରିଖରେ ଅନୁଭବ ଓ ବର୍ଷା ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ବିବାଦକୁ ଏଡାଇ ସ୍ୱାମୀ-ସ୍ତ୍ରୀ ଭାବେ ପୁଣିଥରେ ପରିବାରକୁ ଆଗକୁ ବଢାଇବା ପାଇଁ କନସିଲେସନ କମିଶନରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ସେଭଳି କୌଣସି ସୁଫଳ ମିଳିନଥିଲା।





More Stories
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……
ଆଶା ଭୋସ୍ଲେଙ୍କ ପରଲୋକ…..
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..