Report Card Odisha

| Daily Odia News

‘ନିଜ ପରିବାରକୁ ବଞ୍ଚାଅ, ପରିବାର ପାଇଁ ଭ୍ରଷ୍ଟାଚାର ବଢାଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାବରକର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଏକତାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଲୋକମାନେ ଗୋଟିଏ ମୁହଁରେ ଅନେକ ଚେହେରା ରଖିଛନ୍ତି। ବିରୋଧୀଙ୍କର କେବଳ ଗୋଟିଏ ଆଦର୍ଶ ଏବଂ ଏଜେଣ୍ଡା ଅଛି ‘ନିଜ ପରିବାରକୁ ବଞ୍ଚାଅ, ପରିବାର ପାଇଁ ଭ୍ରଷ୍ଟାଚାର ବଢାଅ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଧିକ ବିମାନ ଏବଂ ଅଧିକ ପର୍ଯ୍ୟଟକ ଆସିବାର କେବଳ ଅର୍ଥ ହେଉଛି ଅଧିକରୁ ଅଧିକ ରୋଜଗାର। ସେ କହିଛନ୍ତି ଯେ ପୋର୍ଟ ବ୍ଲେୟାରର ଏହି ନୂତନ ଟର୍ମିନାଲ ବିଲଡିଂ ରାଜ୍ୟରେ ଯାତ୍ରା ସୁବିଧାକୁ ବଢାଇବ।ଏହା ବ୍ୟବସାୟ କରିବାରେ ସହଜତା ବୃଦ୍ଧି କରିବ ଏବଂ ସଂଯୋଗ ମଧ୍ୟ ଭଲ ହେବ। ଏହା ବ୍ୟତୀତ ବିରୋଧୀ ଏକତା ସମ୍ପର୍କରେ ବେଙ୍ଗାଲୁରୁରେ ଅନୁଷ୍ଠିତ ବୈଠକକ ପ୍ରଧାନମନ୍ତ୍ରୀ ମୋଦି ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ଉପରେ ଏକ ଜବାବ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳ କେବଳ ସେହି କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦେଉଥିଲେ ଯାହା ସେମାନଙ୍କ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ଲାଭଦାୟକ। ପ୍ରଧାନମନ୍ତ୍ରୀ କହିଛନ୍ତି. ଏହାଦ୍ୱାରା ଆମର ଆଦିବାସୀ ଅଞ୍ଚଳ ତଥା ଦ୍ୱୀପପୁଞ୍ଜର ଲୋକମାନେ ବିକାଶରୁ ବଞ୍ଚିତ ହେଉଛନ୍ତି ଏବଂ ବିକାଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କଂଗ୍ରେସକୁ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କିଛି ଦଳର ସ୍ବାର୍ଥପର ରାଜନୀତି ହେତୁ ବିକାଶର ଲାଭ ଦେଶର ଦୂରଦୂରାନ୍ତରେ ପହଞ୍ଚି ପାରିନାହିଁ।

Breaking News