Report Card Odisha

| Daily Odia News

ଉଛେଦ ହେଲା ପ୍ରଣବଙ୍କ ଫାର୍ମ ହାଉସ ଜମି…..

ରିପୋର୍ଟ କାର୍ଡ / ଯାଜପୁର

ଭାଙ୍ଗିଲା ପ୍ରଣବ ବଳବନ୍ତରାୟଙ୍କ ପାଚେରୀ। ଉଛେଦ ହେଲା ଜବର ଦଖଲରେ ଥିବା ଫାର୍ମ ହାଉସ ଜମି। ଫାର୍ମ ହାଉସ ନିକଟରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୂଚନଯୋଗ୍ୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ମଧୂପୁର ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ଫାର୍ମ ହାଉସ ରହିଛି। ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରୀ ଜମି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଛେଦ ହେବ ବୋଲି ଜଣା ପଡିଥିଲା। ପ୍ରଣବଙ୍କୁ ନୋଟିସ ପରେ ମାପ ଚୁପ ହୋଇଥିଲା। ଯାହାକୁ ନେଇ ପ୍ରଣବ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଡିମାର୍କେଶନ ଆବେଦନ କରିଥିଲେ। ଧର୍ମଶାଳା ତହସିଲ ପକ୍ଷରୁ ଦୁଇ ଦିନ ଧରି ଉକ୍ତ ଜାଗା ମାପ ଚୁପ ହେବା ପରେ ପ୍ରଣବ ଙ୍କ ଦଖଲରେ ନଥିବା ୧ ଏକର ୨୭ ଡ଼ିସିମିଲ ଜାଗା ଚିହ୍ନଟ କରାଇଥିବା ବେଳେ ତାଙ୍କ ଦଖଲରେ ଥିବା ୧ ଏକର ୧୦ ଡ଼ିସିମିଲ ଉଛେଦ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଇଛି। ଆଜି ଉକ୍ତ ଜବର ଦଖଲ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିବା ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ବାହିନୀ ମୁତୟନ ହୋଇଛନ୍ତି।

Breaking News