ରିପୋର୍ଟ କାର୍ଡ / ବୌଦ୍ଧ
ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ୨୩ ଦିନ ଧରି ଜଗି ରହିଥିଲେ। ଗୁରୁବାର ଶେଷ ଦିନରେ ବି ଧାନ ଉଠିଲାନି। ସେହି ମଣ୍ଡିରେ ଚାଷୀ ଧରଣୀ ମେହେରା ଙ୍କର ମୃତ୍ୟୁ ହୋଇଛି | ଆଜି ଏପରି ଦୁଃଖଦ ଘଟିଛି ବୌଦ୍ଧ ଜିଲ୍ଲାରେ | ସୂଚନା ଅନୁସାରେ- ବୌଦ୍ଧ ଜିଲ୍ଲା ଜାମଘାଟି ଗାଁର ଧରଣୀ ମେହେର ହେଉଛନ୍ତି ଜଣେ ଗରିବ ଚାଷୀ। ଧାର ଉଧାର କରି ଏଥର ଧାନ ଚାଷ କରିଥିଲେ। ଦଇବକୁ ଏଥର ଭଲ ଚାଷ ହୋଇଥିଲା। ୫୬ କ୍ୱିଣ୍ଟାଲ୍ ୬୨ କେଜି ଧାନ ବିକିବା ପାଇଁ ଜାନୁଆରୀ ୨୫ ତାରିଖରେ ଟୋକନ୍ ମଧ୍ୟ ମିଳିଥିଲା। ସେଥିପାଇଁ ତରତର ହୋଇ ବେଉଷଣ କାମ ସାରି ଧାନ ବିକିବା ପାଇଁ ବାଉଁଶୁଣୀ ମଣ୍ଡିକୁ ନେଇଥିଲେ ଧରଣୀ। ଗତ ୨୩ ଦିନ ହେଲା ସେ ଧାନ ବିକିବା ପାଇଁ ଅପେକ୍ଷା କରିଥିଲେ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..