ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଞ୍ଚ ଉପରେ ଜଣେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଛନ୍ତି କୃଷକ | ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଉନ୍ନାଓଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କୁ ଜଣେ ବୟସ୍କ କୃଷକ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି ।ଚାପୁଡ଼ା ମାରିବା ସହ ଏହା ‘ତୁମ ଗାଲରେ ଚାଚାଙ୍କ ଗେଲ’ ବୋଲି ସମ୍ପୃକ୍ତ କୃଷକ କହୁଥିବାର ଶୁଣାଯାଉଛି। ଚାପୁଡ଼ା ଖାଇଥିବା ବିଧାୟକ ହେଉଛନ୍ତି ପଙ୍କଜ ଗୁପ୍ତା। ସେ ଉନ୍ନାଓ ସଦର ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ଅପରପକ୍ଷରେ ମାଡ଼ ମାରିଥିବା କୃଷକଙ୍କ ନାମ ଛତ୍ରପାଲ ବୋଲି ଜଣାପଡ଼ିଛି। ବିରୋଧୀଙ୍କ ଅପପ୍ରଚାର ରୋକିବାକୁ ସମ୍ପୃକ୍ତ କୃଷକ ତାଙ୍କର ଚାଚା ଓ ମଜାରେ ଏମିତି ଚାପୁଡ଼ା ମାରିଥିଲେ ବୋଲି ବିଧାୟକ କହିଥିଲାବେଳେ ଛତ୍ରପାଲ କହିଛନ୍ତି ଯେ ବିଧାୟକଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନାହିଁ। ସେ କେବଳ ଚେତାଇ ଦେବା ପାଇଁ ମାରିଥିଲେ।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..