Report Card Odisha

| Daily Odia News

୨୧ରୁ ‘ଦିଲ୍ଲୀ ଚାଲୋ’ ପଦଯାତ୍ରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାତି ୮ଟାରୁ ବୈଠକ ଆରମ୍ଭ ହୋଇ ରାତି ଗୋଟାଏ ପର୍ଯ୍ୟନ୍ତ ହୋଇ ସଫଳ ହେଲାନି | ଚାଷୀଙ୍କ ‘ଦିଲ୍ଲୀ ଚାଲୋ ଆନ୍ଦୋଳନ ୨୧ ଫେବୃଆରୀରୁ ପୁଣି ଜାରି ରହିବ ବୋଲି କହିଛନ୍ତି କିଷାନ ମଜଦୁର ସଂଘର ସାଧାରଣ ସମ୍ପାଦକ । ‘ଦିଲ୍ଲୀ ଚାଲୋ’ ପଦଯାତ୍ରା ସହିତ କୃଷକ ମାନେ ଆଗକୁ ବଢିବେ । କୃଷକ ଆନ୍ଦୋଳନର ସମାଧାନ ବାହାର କରିବାକୁ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହେବା ପରେ ଏହି ସୂଚନା ମିଳିଛି । ରବିବାର କୃଷକନେତାଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଅର୍ଜୁନ ମୁଣ୍ଡା, ନିନ୍ଦାନ୍ଦୟ ରୟ ଆଲୋଚନା କରିଥିଲେ । ବୈଠକରେ କୃଷକ ନେତାଙ୍କ ସହ ବିଭିନ୍ନ ଶସ୍ୟର ଏମଏସପି ତଥା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ମନ୍ତ୍ରୀ ପିୟୁଷ ଗୋଏଲ ଗଣମାଧ୍ୟମରେ କହିଛନ୍ତି ଯେ କୃଷକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଏମଏସପି ସହ ମକା, କପା, ଡାଲିଜାତୀୟ ଶଷ୍ୟ ଯଥା ମସୁର, କୋଳଥ, ହରଡ, ବୁଟ ଆଦି ଶଷ୍ୟ ସରକାରୀ ସଂସ୍ଥା କିଣିବ । ୫ ବର୍ଷ ପାଇଁ ଏସବୁ ଶଷ୍ୟ ଉପରେ ଏମସପି ଗ୍ୟାରେଂଟି ଦିଆଯାଇଛି । ଏନେଇ କୃଷକ ନେତାଙ୍କ ସହ ଆଲୋଚନା ହୋଇଛି । ସେପଟେ କୃଷକ ନେତା କହିଛନ୍ତି ଯେ ’ଆସନ୍ତା ଦୁଇ ଦିନ ମଧ୍ୟରେ ଆମେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବୁ । ସରକାର ଆମର ଅନ୍ୟାନ୍ୟ ଦାବିକୁ ମଧ୍ୟ ବିଚାର କରିବେ ବୋଲି କହିଛନ୍ତି । ଯଦି କୌଣସି ସୁଫଳ ନମିଳେ , ତେବେ ଆମେ ଦିଲ୍ଲୀ ଚାଲୋ ଜାରି ରଖିବୁ ।

 

Breaking News