ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ହେବ। ଏହା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆସନ୍ତା ଜୁଲାଇ ୧୫ରୁ ୩୧ ତାରିଖ ମଧ୍ୟରେ ଚାଷୀଙ୍କୁ ଆବେଦନ ପତ୍ର ବଣ୍ଟନ କରାଯିବ। ଜୁଲାଇ ୧୮ରୁ ଅଗଷ୍ଟ ୨୨ ମଧ୍ୟରେ ଫର୍ମ ଡିଜିଟାଇଜେସନ, ଜୁଲାଇ ୨୪ରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟରେ ଆବେଦନ ପତ୍ର ଯାଞ୍ଚ ସହିତ ରିପୋର୍ଟ ଦାଖଲ କରାଯିବ। ଧାନ ସଂଗ୍ରହ ପ୍ରକ୍ରିୟାରେ ଯୋଗ୍ୟ ଚାଷୀଙ୍କ ଅନ୍ତିମ ତାଲିକା ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ପ୍ରସ୍ତୁତ କରି ଦିଆଯିବା ପାଇଁ ସମବାୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..