ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାମଲୀଲା ମୈଦାନରେ କିଷାନ ମହାପଞ୍ଚାୟତ ବସିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଏକାଠି ହୋଇ ପ୍ରତିବାଦ କରିବେ ଚାଷୀ ସଂଗଠନ । ଏହା ପୂର୍ବରୁ ନୂଆଦିଲ୍ଲୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ହଜାର ହଜାର ଚାଷୀ ରାମଲୀଲା ମୈଦାନରେ ଏକାଠି ହେବାରେ ଲାଗିଛନ୍ତି । ଏମଏସପି ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଦୀର୍ଘ ଦିନ ହେବ ଚାଷୀମାନେ ଆନ୍ଦୋଳନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ସହ ଘନଘନ ବୈଠକ କରି ଆଲୋଚନା କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଆଜି କିଷାନ ମହାପଞ୍ଚାୟତ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେପଟେ ଏହାକୁ ନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଟ୍ରାକ୍ଟର କିମ୍ବା ଟ୍ରଲି ନେଇ ଆସିବା ବଦଳରେ ବସ କିମ୍ବା ଟ୍ରେନରେ ଚାଷୀମାନେ ମହାପଞ୍ଚାୟତକୁ ଆସିବା ପାଇଁ ଦିଲ୍ଲୀ ପୁଲିସ ପରାମର୍ଶ ଦେଇଛି । କିଷାନ ମହାପଞ୍ଚାୟତ ଓ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ଦିଲ୍ଲୀରେ ଟ୍ରାଫିକ ବ୍ୟବସ୍ଥା ବିଗିଡିବା ଆଶଙ୍କା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..