Report Card Odisha

| Daily Odia News

ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ସ୍ଥଗିତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନ ପକ୍ଷରୁ ଦିଲ୍ଲୀ ଚଲୋ ପଦଯାତ୍ରା ହିଂସା ମୋଡ ନେଇଛି। ପଞ୍ଜାବ-ହରିୟାଣଶ ସୀମାରେ ଥିବା ଦୁଇଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଖାନୌରୀ ସୀମାରେ ପୁଲିସ-ଚାଷୀ ମୁହାଁମୁହିଁ ହୋଇଥିଲେ। ପୁଲିସ ସହ ସଂଘର୍ଷରେ ଆନ୍ଦୋଳନରତ କୃଷକ ଶୁଭକରନ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏହାପରେ ଚାଷୀଙ୍କ ଦିଲ୍ଲୀ ଚଲେଶ ପଦଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଥିବା କୃଷକ ନେତା ସରୱାନ ସିଂହ ପାଣ୍ଡେର ସୂଚନା ଦେଇଛନ୍ତି। ଖାନୌରୀ ଘଟଣାର ସମୀକ୍ଷା ପରେ ବରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ। ବୁଧବାର ଚାଷୀଙ୍କୁ ଅଟକାଇବା ଲାଗି ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ରବର ବୁଲେଟ୍‍ ମାଡ କରିଥିଲା।

Breaking News