ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଚାଷୀଙ୍କ ଉପରେ ବିବାଦୀୟ ବ୍ୟାନ ଦେବା ମାହାଙ୍ଗା ପଡିଛି | ଶୁକ୍ରବାର ଦିନ ପଂଜାବର କିରଟପୁର ସାହିବ ଅତିକ୍ରମ କରୁଥିବାବେଳେ କିଛି ଆନ୍ଦୋଳନରତ ଚାଷୀ କଙ୍ଗନାଙ୍କ ଗାଡ଼ି ଅଟକାଇଥିଲେ। କୃଷକଙ୍କ ବିରୋଧରେ ସେ ଦେଇଥିବା ଟିପ୍ପଣୀ ପାଇଁ ସେମାନେ କ୍ଷମା ଦାବି କରିଥିଲେ। କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ୍ରେ ଏନେଇ ଏକ ଭିଡିଓ ପୋଷ୍ଟ୍ କରି କହିଛନ୍ତି, ‘ମତେ କିଛି ବିଶୃଙ୍ଖଳ ଜନତା ଘେରି ଯାଇଛନ୍ତି। ସେମାନେ ମତେ ହତ୍ୟା ଧମକ ଦେଉଛନ୍ତି।’ ‘ମୁଁ କ’ଣ ଜଣେ ରାଜନେତା। ଏଭଳି ବ୍ୟବହାର କ’ଣ ପାଇଁ,’ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି। ଶାସକ ବିଜେପିର ଜଣେ ଦୃଢ଼ ସମର୍ଥକ ହେଉଛନ୍ତି କଙ୍ଗନା ରାଣାୱତ। ନିକଟରେ ଉଚ୍ଛେଦ ହୋଇଥିବା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିବା କୃଷକମାନଙ୍କୁ ସେ ଖଲିସ୍ତାନୀ ଆତଙ୍କବାଦୀ ବୋଲି କହିଥିଲେ। ତାଙ୍କର ଏହି ଟିପ୍ପଣୀକୁ ଆନ୍ଦୋଳନରତ ଚାଷୀମାନେ ତୀବ୍ର ବିରୋଧ କରିଛନ୍ତି। ସେମାନେ କଙ୍ଗନାଙ୍କଠାରୁ କ୍ଷମା ଦାବି କରିଛନ୍ତି। ତେଣୁ ଆଜି ସେମାନେ କଙ୍ଗନାଙ୍କ ଗାଡ଼ି ଅଟକାଇଥିଲେ। ଅନ୍ୟପକ୍ଷରେ, ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ‘ଭିକ’ ମନ୍ତବ୍ୟକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗ୍ରାର ଜଣେ ଓକିଲ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆବେଦନ କରିଛନ୍ତି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..