ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ଆଲୋଚନାରେ ବାହାରିଲାନି ସମାଧାନର ବାଟ। ମଙ୍ଗଳବାର ଦିଲ୍ଲୀରେ ଆନ୍ଦୋଳନକରିବେ ବିଭିନ୍ନ ଚାଷୀ ସଙ୍ଗଠନ। ଦିନ ୧୦ଟା ବେଳେ ଆନ୍ଦୋଳନ ଥିବାବେଳେ ପ୍ରାୟ ୨୦ ହଜାର ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି। ଏମ,ସପି, କୃଷି ଏବଂ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ୍ ମଜଦୁର ମୋର୍ଚ୍ଚା ଦାବି କରିଛି। ତେବେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟି ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର। ମାର୍ଚ୍ଚ ୧୨ ତାରିଖ ଯାଏଁ ଦିଲ୍ଲୀରେ ବଡ ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ଉପରେ ବାରଣ କରାଯାଇଛି। ଇଟା, ପଥର , ବୋମା ଏବଂ ସୋଢା ବୋତଲ ଉପରେ ମଧ୍ୟ ପୁଲିସର ନଜର ରହିଛି। କୃଷକଙ୍କୁ ଦିଲ୍ଲୀ ସୀମାରୁ ଦୂରେଇ ରଖିବାକୁ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ୧୪୪ ଧାରା ଜାରି କରି ସୁରକ୍ଷାକୁ କଡାକଡି କରାଯାଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..