ରିପୋର୍ଟ କାର୍ଡ / କଟକ
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଗିରଫ ଆଶଙ୍କା ବଢ଼ିଛି। ସିବିଆଇ ଚଢ଼ଉକୁ ବିରୋଧ କରି ଆଇଏଏସ୍ ଶ୍ରୀ ସେଠୀଙ୍କ ପକ୍ଷରୁ ରୁଜୁ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶ୍ରୀ ସେଠୀ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଯାଇଛି। ଏହି ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସ୍.କେ. ପାଣିଗ୍ରାହୀ ଏହିପରି ରାୟ ଦେଇଛନ୍ତି। ଅନ୍ୟପକ୍ଷେ ସିବିଆଇ ତଦନ୍ତ ରଦ୍ଦ ଆବେଦନ ଖାରଜ ହୋଇଯିବା ପରେ ଆଇଏଏସ୍ ଶ୍ରୀ ସେଠୀ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରୁ ପ୍ରକାଶ ଯେ, ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍ ଆଣ୍ଡ ରୁଫ୍ କେପର୍ାରେସନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର୍ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏଫ୍ଆଇଆ୍ରରେ ଶ୍ରୀ ସେଠୀଙ୍କ ନାମ ନଥିଲେ ମଧ୍ୟ ସିବିଆଇ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରାଯାଇଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..