ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ମହିଳା କମିଶନ ଅଧକ୍ଷା ମିନତୀ ବେହେରା। ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ସହିତ ଘଟିଥିବା ଏହି ଘଟଣା ସଂପର୍କରେ ଗତ ୧୩ ତାରିଖ ଦିନ ସେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଏହି ଘଟଣାରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଆଜି ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି। ଜାତୀୟ ମାନବାଧିକାର କମିସନରେ ସାମାଜିକ କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତା ହୋମଗାର୍ଡ଼ଙ୍କୁ କ୍ଷତିପୂରଣ ଦାବିରେ ଏହି ମାମଲା ରୁଜୁ ହୋଇଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..