Report Card Odisha

| Daily Odia News

ମରାମତି ହେବ ୧୦୦ ନଦୀ ବନ୍ଧ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ବିଭିନ୍ନ ସମୟରେ ନଦୀରେ ବୁଡ଼ି ଅନେକ ଜୀବନ ଯାଉଛି। ଏହି ଘଟଣାକୁ ଜଳସମ୍ପଦ ବିଭାଗ ଗୁରୁତ୍ବର ସହ ଗ୍ରହଣ କରିଛି। ଆଗାମୀ ଦିନରେ ରାଜ୍ୟର ୧୦୦ ନଦୀବନ୍ଧ ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତି ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରାକୁଦକୁ ୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୭୦ରୁ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦ ସ୍ଥିତି ସ୍ୱାଭାବିକ ରହିଛି। ଆସନ୍ତାକାଲି ଉପର ଓ ତଳମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରରେ ଏବେ ୬୨୮ ଫୁଟ ପାଣି ଅଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ହୀରାକୁଦ ଡ୍ୟାମ୍‌କୁ ପ୍ରବଳ ପାଣି ଆସିଥିଲା। ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ିଥିବାରୁ ଫାଟକ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାଫଳରେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ଉପୁଜିଥିଲା।

Breaking News