Report Card Odisha

| Daily Odia News

ଖସିପଡ଼ିଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଫାଇଟର ଜେଟ୍ ଏଫ-୩୫ ଦୁର୍ଘଟଣାର ଶିକାର । କାଲିଫର୍ଣ୍ଣିଆର ନାଭାଲ ଏୟାର ବେସ୍ ଷ୍ଟେସନରେ ଖସିପଡ଼ିବା ଫଳରେ ଯୁଦ୍ଧବିମାନଟି ଜଳିଯାଇଛି । ଦୁର୍ଘଟଣା ପରେ ବିରାଟ୍ ନିଆଁ ପିଣ୍ଡୁଳା ଆକାଶକୁ ଉଠିଥିବା ଦେଖିବାକୁ ମିଳିଥିବା ବେଳେ ଚାରିଆଡ଼େ ଖେଳିଯାଇଥିଲା କଳା ଧୂଆଁ । ତେବେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଆଶ୍ବସ୍ତିର ଖବର ହେଉଛି ବିମାନର ପାଇଟଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖସି ପଡୁଥିବା ବିମାନରୁ ନିଜକୁ ସୁରକ୍ଷିତ ଭାବେ ମୁକୁଳାଇ ନେଇଛନ୍ତି । ଏନେଇ ନେଭି ପକ୍ଷରୁ ଏକ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟା ସାଢେ ୬ଟା ରେ ଏହି ଦୁର୍ଘଟଣା ଘଟିଛି । କାହିଁକି ଏଭଳି ଘଟିଲା ତାର ତଦନ୍ତ ଜାରିରହିଛି ।

Breaking News