ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଭାରତୀୟ ଫିଲ୍ମର ଭେଟରାନ ପ୍ରଯୋଜକ କେ ମୁରଲୀଧରନଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁ ତାମିଲନାଡୁର କୁମବାକୋନାମ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୁରଲୀଧରନ ଏକାଧିକ ସାଉଥ ଫିଲ୍ମ ନିର୍ମାଣ କରିଥିବା ବେଳେ ତାମିଲନାଡୁ ପ୍ରଡ୍ୟୁସର କାଉନସିଲର ପୂର୍ବତନ ସଭାପତି। ବେଶ କିଛି ଦିନ ହେଲା ମୁରଲୀଧରନ ଅସୁସ୍ଥ ଥିଲେ। ତେବେ ରାତିରେ ସେ ହାଠାତ୍ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ଅକାଳ ବିୟୋଗରେ ପୂରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଶୋକ ପ୍ରକାଶ କରିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..