ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି | ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ କିମି ରୋଡ ଶୋ କରି ୧୬ଟି ନିର୍ବାଚନମଣ୍ଡଳୀ ର ଲୋକଙ୍କ ମନ ଜିତିବାକୁ ଉଦ୍ୟମ କରିଛନ୍ତି। ମୋଦୀଙ୍କ ଏହି ଦୀର୍ଘତମ ରୋଡ ଶୋ’ ରେକର୍ଡ କରିଛି । ପୂର୍ବରୁ ଦେଶର କୌଣସି ରାଜନେତା ନିର୍ବାଚନ ପ୍ରଚାର ନିମନ୍ତେ ଏତେ ଲମ୍ବା ରୋଡ ଶୋ’ କରିଥିବା ଜଣାପଡିଛି । ଗୁରୁବାର ମୋଦୀଙ୍କ ରୋଡ ଶୋ’ ନରୋଦା ଡ୍ୟାମ୍ରୁ ଆରମ୍ଭ ହୋଇ ଗାନ୍ଧିନଗରରେ ଶେଷ ହୋଇଥିଲା । ରୋଡ ଶୋ’ କାଳରେ ରାସ୍ତାକଡରେ ବହୁସଂଖ୍ୟାରେ ଲୋକ ଠିଆ ହୋଇ ମୋଦୀଙ୍କୁ ସ୍ବାଗତ କରିବା ପୂର୍ବକ ଫୁଲ ପକାଇଥିଲେ ଓ ବାଣ ଫୁଟାଇଥିଲେ। ମୋଦୀ ସ୍ଲୋଗାନରେ କମ୍ପମାନ ହେଉଥିଲା ରାସ୍ତା | ଡ଼ିସେମ୍ବର ୫ର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ |






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..