ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାର ଟାକ ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସାୱନଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଦୁଇ ଦିନ ପୂର୍ବରୁ ତାଙ୍କଠାରେ ହାଟ୍ ସମସ୍ୟା ଦେଖାଯାଇଥିଲା । ତା’ପରେ ତାଙ୍କୁ କୋଲିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅପରାହ୍ଣ ପାଖାପାଖି ୪ଟା ସମୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ସେ ଆରପାରିକୁ ଚାଲିଯାଇଥିଲେ । ‘ସନମ୍ ବେବଫା’ ଫିଲ୍ମର ନିର୍ଦ୍ଦେଶକ ଥିଲେ ସାୱନ କୁମାର | ତେବେ ସାୱନ ମୃତ୍ୟୁ ପରେ ବି ସମସ୍ତଙ୍କର ହୃଦୟରେ ରହିବେ ବୋଲି ବଲିଉଡ ଅଭିନେତା ସଲମାନ ଖାନ୍ କହିଛନ୍ତି ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..