ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ। ଆଜି ବିଧାନସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି, ଋଣ କରି କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି। ସବୁଠୁ କମ ଋଣ ନେବାରେ ଓଡ଼ିଶା ଆଗକୁ ଏକ ନମ୍ବର ରାଜ୍ୟ ହେବ। ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨ ହଜାର ୮୨୭ ଟଙ୍କା ରହିଛି । ଏନେଇ ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ରାଜ୍ୟ ସରକାର ୧ ଲକ୍ଷ ୬ ହଜାର କୋଟି ଟଙ୍କା ଋଣ କରିଛନ୍ତି । ଏଫଆରବିଏମ ଆକ୍ଟ ଅନୁସାରେ, ୨୫% ପର୍ଯ୍ୟନ୍ତ ଋଣ କରିବାର ବ୍ୟବସ୍ଥା ରହିଛି । ଧାର୍ଯ୍ୟ ବ୍ୟବସ୍ଥାଠାରୁ ଆମେ ବହୁତ ତଳେ ରହିଛୁ ।’ ମାର୍ଚ୍ଚ ୩୧ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ହେବ। ଋଣ ଟଙ୍କାରେ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯାଉନାହିଁ ବୋଲି ନିରଞ୍ଜନ କହିଛନ୍ତି |
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….